ସବୁଠାରୁ ଧନୀ କିଏ? ?? Read Count : 71

Category : Stories

Sub Category : Suspense/Mystery
"ପିଲାମାନେ କହିଲ ସବୁଠାରୁ  ଧନୀ କିଏ ଆମ ଦେଶରେ ... "
ସାର୍ ଟାଟା ...ଆରେ ନା ନା ବିର୍ଲା ....ନା ରେ ଅମ୍ବାନୀ ..।
ହଠାତ୍ ଶିକ୍ଷକ ପଚାରିଲେ କିରେ ଶାଶ୍ବତ ତୁ କିଛି କହିଲୁନି ...।
ଏତିକି ଜାଣିନୁ ....!
ସାର୍ ଜାଣିଛି ନା -ମୁ ତ ତାଙ୍କୁ ସବୁବେଳେ ଦେଖୁଛି ...
(ପୂରା କ୍ଲାସ୍ ନୀରବ ...)କଣ ....! କିଏ ସେ ....?
ବାସ୍ ଦୁଇଟି ଶବ୍ଦ ରେ ସେ ଶେଷ କରିଦେଇଥିଲା ନିଜର ଉତ୍ତର "ବାପା "......
ସାର୍ ମୁ ଅମ୍ବାନୀ କି ଜାଣିନି, କାହିଁ କେବେ ସେ ମୋ ପାଖକୁ ଆସିନାହାଁନ୍ତି ..ଯେତେବେଳେ ମୁ ଆଇସ୍କ୍ରିମ୍ ପାଇଁ ଜିଦ୍ କରୁଥିଲି ...ଯେତେବେଳେ ମୋ ସ୍କୁଲ ଜୋତା ଦରକାର ଥିଲା...ଟାଟା ନୁହେଁ ସେ ମଣିଷ ଟା କାହିଁ ନିଜେ ଚିରା ଚପଲ ପିନ୍ଧି ମୋ ପାଇଁ ଜୋତା କିଣିଦେଇଥିଲା ...।  ମୋ ପାପା ଜୋତା ପଲିସ୍ କରୁଥିବା ବେଳେ ବାବୁମାନେ ବିନା କାରଣରେ ଗାଳି କରୁଥିଲେ ମଧ୍ଯ ସବୁକିଛି ସହି  ଆଖିରେ ଲୁହ ଆସୁଥିଲେ ମଧ୍ଯ ତାକୁ ପିଇଯାଇ ହସି ହସି କାମ କରୁଥିବା ମଣିଷ ମୋ ବାପା ବିର୍ଲା ନୁହେଁ ...।
କିଛି ସମୟ ପାଇଁ ସମସ୍ତ ଙ୍କ ଆଖିରୁ ଲୁହ ଝରିଯାଇଥିଲା ...।
   
   କିଛି ସମୟ ପରେ ପୁଣି ଶିକ୍ଷକ ପ୍ରଶ୍ନ କରିଥିଲେ -ଏବେ କହିଲ ପିଲେ ତୁମେ ସବୁ ବଡ ହେଲେ କଣ ହେବ ....?
"ସାର୍ ମୁ ଆଇଏସ୍  ହେବି ସାର୍ ମୁ ଇଞ୍ଜିନିୟର ,ମୁ ଡାକ୍ତର .......
କିନ୍ତୁ ଯେତେବେଳେ ଶାଶ୍ବତ ର ପାଳି ପଡିଥିଲା ସେ କହିଥିଲା -"ସାର୍ ମୁ ଏପରି ଜୋତା ଆବିଷ୍କାର କରିବି ନା ଯାହାକୁ କେବେ ପୁଣିଥରେ ପଲିସ୍ କରିବାକୁ ପଡିବ ନା ସେ କେବେ ଛିଣ୍ଡିବ ..। ବାସ୍ ଆଉ ମୋ ପାପା ଙ୍କୁ କାହା ଜୋତା ପଲିସ୍ କରିବାକୁ ପଡିବନି କି ଆଉ କେହି ଗାଳି କରିବେନି ...

   ଏବେ କିନ୍ତୁ ସଂପୂର୍ଣ୍ଣ କ୍ଲାସ୍ ବାଧ୍ଯ ହୋଇଥିଲା କରତାଳିରେ ସେ ପିଲାର ସ୍ବପ୍ନ କୁ ସମ୍ମାନ ଦେବା ପାଇଁ ...।।

     WRITTEN BY PS RATH  (8249687964)
.

Comments

  • No Comments
Log Out?

Are you sure you want to log out?